୨୦୧୮ ମସିହାରେ ବିଜୁ ପଟନାୟକଙ୍କ ଉପରେ ସୁନ୍ଦର ଗଣେଶନଙ୍କଦ୍ୱାରା ଲିଖିତ ‘ଦ ଟଲ୍ ମ୍ୟାନ୍’ ପୁସ୍ତକଟି ଭୁବନେଶ୍ଵରରେ ବଡ଼ ଜାକ କଜମକରେ ଲୋକାର୍ପିତ ହୋଇଥିଲା | ଏହାର ଉଦ୍‌ଘାଟନ ଉତ୍ସବରେ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉପସ୍ଥିତ ରହିଥିଲେ। ଉପସ୍ଥିତ ଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଏବଂ ଜାତୀୟ ସ୍ତରରେ ଅନେକ ନେତା ।

ଏହି ବହିର ଓଡ଼ିଆ ଅନୁବାଦ ୨୦୨୪ ମାର୍ଚ୍ଚରେ ଲୋକାର୍ପିତ ହୋଇଥିଲା । ଅନୁବାଦକ ଥିଲେ ସଂଗ୍ରାମ ମହାପାତ୍ର । ବହିଟିର ନାମ ଥିଲା ଉତ୍ତୁଙ୍ଗ ପୁରୁଷ ।

ଲକ୍ଷ୍ୟ କରିବାର ବିଷୟଟି ହେଲା ଯେ ୨୦୧୯ ନିର୍ବାଚନ ପୂର୍ବରୁ ସୁନ୍ଦର ଗଣେଶନଙ୍କ ବହି ଟି ଲୋକାର୍ପିତ ହୋଇଥିଲା । ଏହାର ଅନୁଦିତ ପୁସ୍ତକଟି ୨୦୨୪ ନିର୍ବାଚନ ପୂର୍ବରୁ ଲୋକାର୍ପଣ କରାଗଲା । ବହି ପଛରେ କେତେ ରାଜନୀତି ଥୁଲା ବା ନଥୁଲା ତାହା ସତନ୍ତ୍ର ତର୍ଜମାର ବିଷୟ । କିନ୍ତୁ ଏହାକୁ ବିଜୁ ବାବୁଙ୍କ ବାବଦରେ ଛବିଳ ମଧୁ ବର୍ଣ୍ଣବୋଧ ଭଳି ଏକ ଫଟୋ ପୁସ୍ତକ ବୋଲି କୁହାଯାଇପାରେ । ଏହା କିନ୍ତୁ ବିଜୁବାବୁଙ୍କ ସମ୍ପର୍କରେ ଅନାସକ୍ତ ଆକଳନ ପୁସ୍ତକ ନୁହେଁ। ପ୍ରକୃତରେ ବିଜୁବାବୁ ଜଣେ ଡେଙ୍ଗା ଚଉଡାର ନେତା-ଉତ୍ତୁଙ୍ଗ ପୁରୁଷ।

ଡେଙ୍ଗା ମଣିଷର ପୁଅ ନବୀନବାବୁ ମଧ୍ୟ ଖୁବ ଡେଙ୍ଗା। ତାଙ୍କୁ ମଧ୍ୟ ଓଡ଼ିଶାର ଡେଙ୍ଗା ନେତା ବୋଲି କୁହାଯାଇପାରିବ । ବିଜୁଙ୍କ ଦେହାନ୍ତ ପରେ ଏହି ଡେଙ୍ଗା ସୋସାଲାଇଟ୍ ମଣିଷଟି ନେତାରେ ପରିବର୍ଲିତ ହେଲେ। କିନ୍ତୁ ଭାରତୀୟ ଜନତାପାର୍ଟି ସହ ବିଜୁ ଜନତା ଦଳର ମେଣ୍ଟ ହେବା ପରେ ନବୀନବାବୁଙ୍କ ଉଚ୍ଚତା ପ୍ରତିବର୍ଷ ବଢ଼ିଲା। କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ। ନୂଆ ଦଳରେ ସାମିଲ ହେବାର ତିନିବର୍ଷ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ । ଉପରକୁ ବିଜୁବାବୁଙ୍କ ପୁଅ । ରହସ୍ୟ ପୁରୁଷ ଭାବେ ତାଙ୍କର ପ୍ରବେଶ ଓ ଉତ୍ତରଣ। ନିଜର ଦଳୀୟ ନେତାଙ୍କୁ ସେ ଯେତେବେଳେ ଜଣଜଣଙ୍କ ପରେ ବ୍ରୁଟସଙ୍କ ପରି ହତ୍ୟା କରୁଥିଲେ, ସେତେବେଳେ ତାଙ୍କର ଉଚ୍ଚତା ସେହି ଅନୁପାତରେ ବଢ଼ି ଯାଉଥିଲା । ଅର୍ଥାତ୍ ବାପାଙ୍କଠାରୁ ଓଡ଼ିଶା ରାଜନୀତିରେ ନବୀନବାବୁ ଏକ ଈର୍ଷଣୀୟ ଡେଙ୍ଗା ମଣିଷ ଓ ନେତା ପାଲଟି ଯାଇଥିଲେ ।

ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ନବୀନଙ୍କ ଉଚ୍ଚତା କମିନଥିଲା । ବରଂ ତାଙ୍କର ସାନିଧ୍ୟ ଓ ସମର୍ଥନ ଲାଭ କରିବା ପାଇଁ ଜାତୀୟ ଦଳ ଓ ନେତାମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ସେ ଅପରାଜେୟ । ସେ ଦୁର୍ନୀତିମୁକ୍ତ । ସେ ବିକାଶ ପୁରୁଷ । ଓଡ଼ିଶାକୁ ସେ ଏକ ନୂତନ ଦିଗନ୍ତରେ ପହ‌ଞ୍ଚାଇପାରିଥିବା ଦୀର୍ଘକାଳର ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳକୁ ହରାଇବା ଅସମ୍ଭବ । ତେଣୁ କେବଳ ଓଡ଼ିଶାରେ ନୁହେଁ, ଜାତୀୟସ୍ତରରେ ମଧ୍ୟ ନବୀନ ଜଣେ ଡେଙ୍ଗା ନେତା ଥିଲେ।

କିନ୍ତୁ ଏହି ଡେଙ୍ଗା ନେତାଙ୍କୁ ବାଙ୍ଗରା ବା ବାମନ କରିଦେଲା କିଏ ? ଏମିତି ଅବସ୍ଥାକୁ ତାଙ୍କୁ କିଏ ନେଇ ଆସିଲା ଯେ, ନିଜ ଦଳର କର୍ମୀ ଓ ଜନପ୍ରତିନିଧୀମାନଙ୍କୁ ଭେଟିବା ଓ ବୁଝାଇବା ପାଇଁ ସାହସ ହରାଇବସିଲେ ?

ଜଣେ ୧୮ ମାସର ବିଧାୟକ ନବୀନଙ୍କୁ ବାଣ୍ଠୁ ବନାଇ ନାହିଁ। ତାଙ୍କର ଉଚ୍ଚ ତାକୁ ଖର୍ବ କରି ଦେଇଥିବା ହାତମୁଠା ହାରୁ ନେତାଙ୍କୁ ସେ କଦାପି ଦାୟୀ ବି କରିପାରିବେ ନାହିଁ।

ଯେତେବେଳେ ବିଜୟ ମହାପାତ୍ରଙ୍କୁ ନବୀନ ବାବୁ ଲଢିବାରୁ ବଞ୍ଚିତ କରି ଜଣେ ଅନାମଧେୟ ସାମ୍ବାଦିକ ଅତନୁ ନାୟକଙ୍କୁ ପାଟକୁରାରୁ ପ୍ରାର୍ଥୀ କଲେ ସେତେବେଳେ ଓଡ଼ିଶାବାସୀ ନବୀନଙ୍କୁ ସମର୍ଥ ନ ଜଣାଇଥିଲେ। ଜଣେ ବିଶ୍ଵାସଘାତକ ନେତାଙ୍କୁ ଏଭଳି ସମର୍ଥନ ଆଶ୍ଚର୍ଯ୍ୟଜନକ ଥିଲା । କିନ୍ତୁ ୨୬ବର୍ଷ ପରେ ବିଜୟଙ୍କ ପୁଅ ଅରବିନ୍ଦଙ୍କୁ ଦଳ ବିରୋଧୀ ଅଭିଯୋଗରେ ନିଲମ୍ବନ କରିବା ପରେ ଆଜି ନବୀନ ଏକ ଅସହାୟ, ଭୀରୁ ଏବଂ କାପୁରୁଷ ରାଜନେତା ଭାବେ କାହିଁ କି ପ୍ରତି ଭାତ ହେଲେ ? ଅରବିନ୍ଦଙ୍କୁ ନିଲମ୍ବନ କରିବା ଜରୁରୀ ଥିଲା କି ? ପୁଣି ଦୁର୍ନୀତି ଗ୍ରସ୍ତ, ବେଇମାନ, ଷଡଯନ୍ତ୍ରକାରୀ ଭାବେ ତାଙ୍କୁ ଚିତ୍ରିତ କରିବା ପାଇଁ କିଛି ନେତାଙ୍କୁ କିଏ ପ୍ରୋତ୍ସାହିତ କରିଥିଲା ?

ନବୀନ ଜାଣିବା ଉଚିତ ଥିଲା ଯେ, ଏହା ୨୦୦୦ ମସିହା ନୁହେଁ। ମୁଣ୍ଡ ଉପରେ ଆଡଭାନୀଙ୍କ ଆଶୀର୍ବାଦ ନାହିଁ। କେନ୍ଦ୍ରରେ ଏବେ ମୋଦୀ ସରକାର। ରାଜ୍ୟରେ ସେ କ୍ଷମତାଚ୍ୟୁତ ହୋଇ ସାରି ଛନ୍ତି। ପୁଣି ଥରେ ପାଟକୁରାରୁ ଅତନୁଙ୍କୁ ବିନା ବାଧାରେ ରି ଲଞ୍ଚ କରିବା ସମ୍ଭବ ଏବଂ ସହଜ ନୁହେଁ । ଏହାର ପ୍ରମାଣ ସେ ୨୩ ତାରିଖ ଦିନ ପାଇସାରିଥ‌ିବେ। ଦି’ଦିନ ଆଗରୁ ପାଟକୁ ରାର ତଥାକନ୍ତ କର୍ମୀଙ୍କୁ ଭେଟିଥିଲେ ନବୀନ । ସଫେଇ ଦେଇଥିଲେ। କିନ୍ତୁ ଯେତେବେଳେ ହଜାରହଜାର ସଂଖ୍ୟାରେ ଦଳୀୟ କର୍ମୀ ସଭାପତିଙ୍କୁ ଆପରି ଜଣାଇବାକୁ ବାକୁ ଆସିଲେ ସେମାନଙ୍କୁ ଭେଟିବାର ସାହସ କାହିଁକି ହରାଇଲେ ? ନିବାସ ପ୍ରତି ବିପଦ ଅଛି ବୋଲି କିଛି ବୋଲକରା ଯେଭଳି ସେଠାକୁ ଧାଇଁଲେ, ସେମାନେ ସାମ୍ନା କଲେ ନାହିଁ ? ଅତନୁ ଗଲେ କୁଆଡେ ? ପାଟକୁରାକୁ ନୂଆ ମୁଖୁଆ ହୋଇ ଯିବା ପାଇଁ ଯେଉଁ ପାଗ ଭିଡ଼ି ବସିଛନ୍ତି ସେ, ଭୁଲିଯିବା ଉଚିତ ନୁହେଁ ଯେ, ଏହା ୨୦୨୬, ୨୦୦୦ ମସିହା ନୁହେଁ । ମହାକାଳପଡା ତାଙ୍କ ହାତରୁ ଯାଇଛି । ପାଟକୁ ରା ପାଇଁ ତାଙ୍କର ଚକ୍ରାନ୍ତକାରୀ ଯୋଜନା ସଫଳ ବି ହେବନାହିଁ ।

ଭିକେ ପାଣ୍ଡିଆନ ନିଜର ଉତ୍ତୁଙ୍ଗ ଅଭିଳାଷ ପୂରଣ ପାଇଁ ନବୀନଙ୍କ ଉଚ୍ଚତା ଚାଖଣ୍ଡେ କମାଇ ଦେଇଥିଲେ। କିନ୍ତୁ କାହା ବୁଦ୍ଧିରେ ପଡ଼ି କେଜାଣି, ଅତନୁ ବି ହୋଇପାରନ୍ତି, ଅରବିନ୍ଦଙ୍କୁ ନିଲମ୍ବନ କରି ସତରେ ଡେଙ୍ଗା ମଣିଷଟା ବାଙ୍ଗୁରୁ ହୋଇଗଲା। ନିଜ କର୍ମୀଙ୍କ ଆଗରେ କେବଳ ନୁହେଁ, ସାଧାରଣ ଜନତାଙ୍କ ଆଖ୍ୟାରେ ନ ନବୀନଙ୍କ ଉଚ୍ଚତା କେତେ କମିଗଲା, ନବୀନ ବୁଝିପାରିବେ ନାହିଁ। ଜଣେ ବଣ୍ଠୁ ପ୍ରକୃତରେ ରେ ସେ ଡେଙ୍ଗା ନେତାଙ୍କୁ ବାଣ୍ଟୁ ବନାଇ ଦେଲା |

Leave a Reply

Your email address will not be published. Required fields are marked *