ପଶ୍ଚିମବଙ୍ଗରେ ଆଉ ଏକ ବର୍ଷ ପାଇଁ ବୃଦ୍ଧି ହେଲା ଗୁଟୁଖା, ତମାଖୁ ତଥା ନିକୋଟିନ୍ ହାନିକାରକ ପାନ ମସଲାର ଉତ୍ପାଦନ ଏବଂ ବିକ୍ରି ଉପରେ କଟକଣା। ନଭେମ୍ବର ୭ ତାରିଖରୁ ତମାଖୁ କିମ୍ବା ପାନ ମସାଲା ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି ପଶ୍ଚିମବଙ୍ଗ ସରକାର। ଏହି ସଂପର୍କରେ ଜନସ୍ୱାସ୍ଥ୍ୟ ସମସ୍ୟାକୁ ଦର୍ଶାଇ ଅକ୍ଟୋବର ୨୪ ରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିର୍ଦ୍ଦେଶ ନାମ ଜାରି ହୋଇଛି।

 

ବିଜ୍ଞପ୍ତି ଅନୁଯାୟୀ, ଜନସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ ଗୁଟୁଖା, ପାନ ମସଲାର ଉତ୍ପାଦନ, ସଂରକ୍ଷଣ, ବଣ୍ଟନ କିମ୍ବା ବିକ୍ରୟକୁ ନିଷେଧ କରିବା ପାଇଁ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ, ୨୦୦୬ ର ଧାରା ୩୦ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଜନସ୍ୱାସ୍ଥ୍ୟର ସ୍ୱାର୍ଥ ଦୃଷ୍ଟିରୁ ସମଗ୍ର ରାଜ୍ୟରେ ଗୁଟଖା ଏବଂ ପାନ ମସାଲା ଉତ୍ପାଦ ଧାରଣ କରିଥିବା ତମାଖୁ କିମ୍ବା ନିକୋଟିନ୍ ଉତ୍ପାଦନ, ସଂରକ୍ଷଣ, ବିକ୍ରୟ ତଥା ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅଧିକାର ଦିଆଯାଇଛି। ଏହି କ୍ଷମତା ଏକ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *