ପାଟ୍ନାରୁ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଟ୍ରେନ ନମ୍ବର ୦୩୨୩୦/୦୩୨୨୯ ପାଟନା-ପୁରୀ-ପାଟନା ପୂଜା ସ୍ପେଶାଲ ଟ୍ରେନ୍ ପାଟ୍ନା-ପୁରୀକୁ ସଂଯୋଗ କରିବ । ପାଟ୍ନାରୁ ଅଗଷ୍ଟ ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ । ଏବଂ ପୁରୀରୁ ଅଗଷ୍ଟ ୨୯ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍। ସାପ୍ତାହିକ ପୂଜା ସ୍ପେଶାଲ୍ ମୋଟ୍ ୨୧ଟି ଷ୍ଟେସନରେ ରହଣି କରିବ । ସେହି ସ୍ଥାନ ଗୁଡ଼ିକ ହେଲା ବଖତିଆରପୁର, ବାରହ, ମୋକାମେହ, କିଉଲ, ଝୋଝା, ଜସିଡିହ, ମଧୁପୁର, ଚିତ୍ତରଂଜନ, ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, ଡାନକୁନି, ଅଣ୍ଡୁଲ, ଖଡ଼ଗ୍ପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ ଓ ସାକ୍ଷୀ ଗୋପାଳ। Post navigation ଓଡ଼ିଆ ଆଦିବାସୀ ଝିଅଙ୍କୁ ମିଳିବ ପାଇଲଟ ଟ୍ରେନିଂ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ