କେରଳର ୱାୟନାଡରେ ଭୂସ୍ଖଳନ ହେତୁ ସବୁକିଛି ନଷ୍ଟ ହୋଇଯାଇଛି। ୱାୟନାଡ ଭୂସ୍ଖଳନରେ ବହୁତ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ସହ ନିଖୋଜ ଅଛନ୍ତି । ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି କେରଳର ୱାୟନାଡର ଭୂସ୍ଖଳନ ସ୍ଥାନରେ ପହଞ୍ଚି ଘଟଣା ସ୍ଥଳକୁ ଯାଞ୍ଚ କରିବା ସହ ପୀଡିତଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସେ ପୀଡ଼ିତଙ୍କୁ ସାନ୍ତ୍ୱନା ଦେଇ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇଁ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି।

ରାହୁଲ ଗାନ୍ଧି ଆଶ୍ୱାସନା ଦେଇ ଲୋକଙ୍କୁ କହିଛନ୍ତି କଂଗ୍ରେସ ଦଳ ସବୁ ବେଳେ ଲୋକଙ୍କ ସହ ଛିଡା ହୋଇଛି । ୱାୟନାଡର ଲୋକମାନଙ୍କ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି।

Leave a Reply

Your email address will not be published. Required fields are marked *