କେରଳରେ ୱାଏନାଡ଼ରେ ଭୀଷଣ ବର୍ଷା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହାସହ ମାଡ଼ି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଅପରେସନକୁ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ ୨୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ଅନେକ ଆହତ ହୋଇଛନ୍ତି ସମସ୍ତ ଆହତ ମାନଙ୍କୁ ୱେୟନାଡ଼ର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ଅନ୍ୟପଟେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଲୋକମାନଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି । ନମ୍ବର ଗୁଡ଼ିକ ହେଲା

9656938689

8086010833

Leave a Reply

Your email address will not be published. Required fields are marked *