କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ । ନଗର ନିଗମରେ ନବନିର୍ବାଚିତ ବିଜେପି କର୍ପୋରେଟର ଏବଂ ପାର୍ଟିର ଜିଲ୍ଲା ନେତାଙ୍କ ବୈଠକରେ ଭିଭି ରାଜେଶଙ୍କୁ ମେୟର ଘୋଷଣା କରାଯାଇଛି । ଭିଭି ରାଜେଶ କେରଳ ବିଜେପିର ସମ୍ପାଦକ ଅଛନ୍ତି । କେରଳର ରାଜଧାନୀ ତିରୁଅନନ୍ତପୁରମର ନଗର ନିଗମ ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଥିଲା । ଏବେ ଦଳ ନିଜର ପ୍ରଥମ ମେୟର ପାଇଛି । ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ସେ ଘୋଷଣା କରିଥିଲେ, ଆମେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ତିରୁଭାନନ୍ତପୁରମର ସମସ୍ତ ୧୦୧ଟି ୱାର୍ଡରେ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ତିରୁଭାନନ୍ତପୁରମକୁ ଏକ ବିକଶିତ ସହରରେ ପରିଣତ କରାଯିବ। ଭିଭି ରାଜେଶ ଦୁଇଥର କାଉନସିଲର, ରାଜ୍ୟ ସମ୍ପାଦକ, ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଏବଂ ପୂର୍ବତନ ବିଜେପି ତୁରୁଅନନ୍ତପୁରମ ଜିଲ୍ଲା ସଭାପତି । ଗତ ବିଧାନସଭାରେ ବିରୋଧୀ ଦଳର ପ୍ରକୃତ ନେତା ଥିଲେ । ପୂର୍ବରୁ ବିଜେପିର ସୁରେଶ ଗୋପୀ ୨୦୨୪ ଲୋକସଭା ନିର୍ବାଚନରେ ତ୍ରିସୁର ଆସନରେ ବିଜୟୀ ହୋଇଥିଲେ । Post navigation Mukhyamantri Bus Seva: ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍ ସେବା Gyanesh Kumar visit Odisha: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ନିର୍ବାଚନ କମିଶନର ଜ୍ଞାନେଶ କୁମାର