ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଗୋପନ ବାଲଟ୍ରେ ଭୋଟ୍ ଦେଉଛନ୍ତି ସାଂସଦ । ସଂସଦ ଭବନରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା । ଉପରାଷ୍ଟ୍ରପତି ପଦ ପାଇଁ ଏନ୍ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର । ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ । ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍ । NDAର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ । ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟେ ନାସିର୍ ହୁସେନ୍, ମାଣିକମ୍ ଟାଗୋର ଓ ଶକ୍ତିସିଂହ ଗୋହିଲ୍ ।ଉପରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ୩୮୬ ସଭ୍ୟଙ୍କ ସମର୍ଥନ ଆବଶ୍ୟକ । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ଦେଇଥିଲେ ଇସ୍ତଫା । ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ନିର୍ବାଚନ । ୨୦୨୨ରେ ମାର୍ଗାରେଟ୍ ଆଲଭାଙ୍କୁ ୩୪୬ ଭୋଟ୍ରେ ହରାଇଥିଲେ ଧନଖଡ଼ । Post navigation ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର ରିସ୍କ ନେବାକୁ ଡର, ଅନୁପସ୍ଥିତ ରହିବ ବିଜଦ