ବହୁ ପ୍ରତିକ୍ଷୀତ ନୂଆପଡା ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଥିବା ଜଣାପଡିଛି। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତାଦାନା ହେବା ବେଳେ ବାକି ୪୭ ବୁଥରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା । ଉପନିର୍ବାଚନ ପାଇଁ ୩୫୮ ବୁଥରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ମତଦାନ ସାବ୍ୟସ୍ତ କରିବା ବେଳେ ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ , ପୁରୁଷ ଭୋଟର ୧ଲକ୍ଷ ୨୪ ହଜାର ୧୦୮ ଓ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି । ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ସୂଚନା ଯୋଗ୍ୟ; ଆଜି ନୂଆପଡ଼ା ଉପନିର୍ବାଚନ ହେଉଥିବା ବେଳେ ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । Post navigation Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ Dharmendra Deol alive: ବଞ୍ଚିଛନ୍ତି ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର; ବିୟୋଗ ଖବରକୁ ଖଣ୍ଡନ କଲେ ଇଶା ଦେଓଲ