ଅଲିମ୍ପିକ୍ସ ଫାଇନାଲରୁ ଆଉଟ ହେଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ବିନେଶ ଫାଇନାଲରେ ପହଂଚିବା ପରେ ଡିସ୍‌କ୍ବାଲିଫାଏଡ୍‌ ଘୋଷଣା କରାଯାଇଛି । ତାଙ୍କ ଓଜନ ୫୦ କେଜିରୁ ଅଧିକ ଥିବାରୁ ଅଲିମ୍ପିକ୍ସରୁ ଆଉଟ ହୋଇଛନ୍ତି। ୫୦ କେଜିଠାରୁ ବିନେଶ ସାମାନ୍ୟ ଅଧିକ ଅର୍ଥାତ ୧୦୦ ଗ୍ରାମ ଅଧିକ ଓଜନ ହୋଇଥିବା ସୂଚନା ମିଳିଛି।

ପଦକ ଲକ୍ଷ୍ୟରେ ଥିଲେ ଭାରତୀୟ କୁସ୍ତି ଯୋଦ୍ଧା ବିନେଶ ଫୋଗଟ। ଗତକାଲି ସେମି ଫାଇନାଲରେ ସେ କ୍ୟୁବାର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ରେସଲର ଯିଏ ଅଲିମ୍ପିକ୍ ଫାଇନାଲ ଖେଳିଥାନ୍ତେ। ମହିଳା ୫୦ କିଲୋଗ୍ରାମ ଓଜନ ବର୍ଗର ସେମିଫାଇନାଲରେ ସେ କ୍ୟୁବାର ଲୋପେଜ ଗୁଜମାନଙ୍କୁ ୫-୦ ରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡ ପର୍ଯ୍ୟନ୍ତ ବିନେଶ ୧-୦ରେ ଆଗୁଆ ରହିଥିଲେ। ତା’ପରେ ତିନି ମିନିଟରେ ସେ କ୍ୟୁବା ରେସଲରଙ୍କ ଉପରେ ଦୁଇଥର ଆକ୍ରମଣ କରି ଚାରି ପଏଣ୍ଟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *