ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ ଓ ଏଆରଆଇ ।ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୀରମହାରାଜପୁର ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର ଓ ଏଆରଆଇ ପଞ୍ଚାନନ ଡାଙ୍ଗ ।

ସୂଚନା ମୁତାବକ, ସଗ୍ରାମପୁର ଗ୍ରାମର ନେତ୍ରାନନ୍ଦ ପଧାନଙ୍କ ଠାରୁ ଏକ ସରକାରୀ ଜମି ଜବରଦଖଲ ପଟ୍ଟା କରିବାପାଇଁ ଆର୍‌ଆଇ ରାଜେନ୍ଦ୍ର, ଏଆର୍‌ଆଇ ପଞ୍ଚାନନ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ଆରଆଇ ଓ ଏଆରଆଇଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।ଭିଜିଲାନ୍ସ ଯୋଜନା ମୁତାବକ ଆରଆଇ ଓ ଏଆରଆଇ ଶୁକ୍ରବାର ଦିନ ବ୍ୟକ୍ତି ଜଣକ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲେ। ଭିଜିଲାନ୍ସ ଅଧିକାରୀ ୫ ହଜାର ଟଙ୍କା ଜବତ କରିବା ସହ ଦୁଇ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *