ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିରାଣି ସୁବ୍ରତ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ । ସରକାରୀ ଟଙ୍କା ହଡ଼ପ କରିବା ଅଭିଯୋଗରେ ସୁବ୍ରତ ବେହେରାଙ୍କ ସୁସୁଡ଼ା ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢାଉ ଜାରି ରହିଛି । ଅନୁଗୁଳ, ଢେଙ୍କାନାଳ ଏବଂ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି । ଅନୁଗୁଳ ଜିଲ୍ଲା ସିଡିଏମ୍ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁବ୍ରତ କୁମାର ବେହେରା ୨ କୋଟି ୩୮ ଲକ୍ଷ ସରକାରୀ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହା ପରେ ଭିଜିଲାନ୍ସ ଚଢ଼ଉ କରିଛି । ସୁବ୍ରତଙ୍କର ଅନୁଗୁଳ ଟାଉନ ହାକିମପଡ଼ାରେ ଥିବା ତିନି ମହଲା କୋଠା, ନାଲକୋ ନଗର ଥାନା ଅଧିନସ୍ଥ ବୋଣ୍ଡା ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘର, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲାକ୍ ବାଁଉଶପୋଖରୀ ଗ୍ରାମରେ ଥିବା ପୈତୃକ ବାସଭବନ, ଭୁବନେଶ୍ୱର ଶ୍ରୀବିହାରରେ ଥିବା ସମ୍ପର୍କୀୟଙ୍କ ଭଡ଼ା ଘର ଏବଂ ଅନୁଗୁଳ ସିଡଏମ୍ଓ କାର୍ଯ୍ୟାଳୟରେ ଥିବା ଅଫିସ୍ ରୁମରେ ଚଢ଼ଉ ହେଉଛି । ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୮ ଜଣ ଇନସ୍ପେକ୍ଟର, ୧୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଗତକାଲି ଭିଜିଲାନ୍ସ ଟିମ୍ ସୁବ୍ରତଙ୍କୁ ମାରାଥନ ଜେରା ପରେ ଛାଡିଥିଲା। ନିଜ ଦରମା ବଢ଼ାଇ ସୁବ୍ରତ ରାଜକୋଷରୁ ପ୍ରାୟ ଅଢ଼େଇ କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି। ସେହିପରି ବହୁ ଡାକ୍ତରଙ୍କୁ ବି ଚୁନା ଲଗାଇଥିଲା ହସ୍ପିଟାଲର ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା କିରାଣୀ ସୁବ୍ରତ ବେହେରା । ତେବେ ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବାପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଦୀର୍ଘ ସାଢ଼େ ୩ ମାସ ପରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛି ସୁବ୍ରତ । Post navigation Dolphin At Puri Coast: ପୁରୀ ସମୁଦ୍ରରେ କାଲି ଜୀବନ୍ତ ଶାମୁକା, ଆଜି ଡଲଫିନ୍ Satyabrata Murder Case: ସତ୍ୟବ୍ରତ ହତ୍ୟା ମାମଲା ଉପରୁ ଉଠିଲା ପର୍ଦ୍ଦା; ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି