ଦେଢ଼ ବର୍ଷରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ୨୦ ଜଣ ପୋଲିସ ଅଧିକାରୀ । ଆଜି ଗୃହରେ କେତେଜଣ ପୋଲିସ ଦୁର୍ନୀତିରେ ଜଡିତ ହୋଇ ଗିରଫ ହୋଇଛନ୍ତି ବୋଲି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଢ ବର୍ଷ ମଧ୍ୟରେ  ୨୦ ଜଣ ପୁଲିସ ଅଧିକାରୀଙ୍କୁ ଭିଜିଲାନ୍ସ ବାନ୍ଧିଛି। ସେହିପରି ଦେଢ ବର୍ଷରେ ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମାମଲାରେ ଗିରଫ ହୋଇଛନ୍ତି। ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ୩୩ ଜଣ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।

ସୂଚନା ଯୋଗ୍ୟ; ବିଧାନସଭାର ଚାଲିଥିବା ଶୀତ ଅଧିବେଶନ ଆଜି ଦଶମ ଦିନରେ ପହଞ୍ଚିଛି । ଗୃହ କାର୍ଯ୍ୟ ଆରମ୍ଭରୁ ଆଜିର ବାତାବରଣ ବେଶ୍ ସ୍ୱାଭାବିକ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଆଜିର ପ୍ରଶ୍ନକାଳ କାର୍ଯ୍ୟକ୍ରମ କୌଣସି ବାଧାବିଘ୍ନ ନ ଥାଇ ସୁରୁଖୁରୁରେ ଚାଲିଛି ।

Leave a Reply

Your email address will not be published. Required fields are marked *