ସରୁନି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ। ଆଖି ଖୋସି ହୋଇଗଲା ଭଳି ଘର ଓ ସମ୍ପତ୍ତି। ଏହାମଧ୍ୟରେ ଯାଞ୍ଚ ଓ ଛାନଭିନ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ବାନ୍ଧିଲା ଭିଜିଲାନ୍ସ। ଭୁବନେଶ୍ବର ଓ ଭଦ୍ରକରୁ ୩ ମହଲା କୋଠା ଠାବ ହୋଇଥିଲା । ଆଉ ୩ଟି ପ୍ଲଟ ଠାବ, ମୋଟ ପ୍ଲଟ ସଂଖ୍ୟା ୪୫କୁ ବୃଦ୍ଧି । ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ଭଳି ଅନେକ ସ୍ଥାନରେ ପ୍ଲଟ ରହିଛି । ଢେଙ୍କାନାଳରେ ଏକ କୋଟି ମୂଲ୍ୟର ୩ଟି ପ୍ଲଟ୍ ଠାବ ହୋଇଛି । ୧ କେଜି ସୁନା ସହ ୧.୬୨ କୋଟିର ଡିପୋଜିଟ ମଧ୍ୟ ମିଳିଥିଲା।

Leave a Reply

Your email address will not be published. Required fields are marked *