ମାଲକାନଗିରି ଜଳବିଭାଜିକା ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିବା ସମେତ ସରକାରୀ ଅର୍ଥ ହଡ଼ପରେ ସହଯୋଗ କରି ଆଉ ୪ ଜଣ ଗିରଫ କରିଛି ଭିଜିଲାନ୍ସ । ୪ କର୍ମଚାରୀ ହେଲେ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁ ଏବଂ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦର ଜନସେବା କେନ୍ଦ୍ର ପରିଚାଳକ ଅଲେଖ ଚନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *