ଗିରଫ ହେଲେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ପ୍ରସନ୍ନଙ୍କ କୁଲାଡ ଓ ବ୍ରହ୍ମପୁର ବାସଭବନରେ ରେଡ୍ ଚାଲିଛି। ଭଞ୍ଜନଗର କାର୍ଯ୍ୟାଳୟରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଥିଲା। ଯନ୍ତ୍ରୀଙ୍କ ୬ଟି ବିରାଳ କୋଠା ଠାବ କରିଥିଲା ଭିଜିଲାନ୍ସ ଟିମ୍ । ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଥିବା ବେଳେ ଏହାର ମୂଲ୍ୟ ବହୁତ୍ ଅଧିକ ରହିଥିଲା ଯାହାକୁ ଦେଖି ଭିଜିଲାନ୍ସ ଟିମ୍ ତାଜୁବ ହୋଇଯାଇଥିଲେ । କୋଠା ବ୍ୟତୀତ ଭଞ୍ଜନଗର ଓ ବ୍ରହ୍ମପୁରରେ ୪ଟି ଦାମୀ ପ୍ଲଟ୍ ଠାବ ହୋଇଛି । ଯାହାର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି । ଅସ୍ଥାବର ସମ୍ପତ୍ତା ମଧ୍ୟରେ ରହିଛି ୨ ଶହ ଗ୍ରାମ୍ ସୁନା ଅଳଙ୍କାର, ୨୪ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା । ମିଳିଥିବା ସମ୍ପତ୍ତି ବିଷୟରେ ପ୍ରଶ୍ନ କରିଥିଲେ ଭିଜିଲାନ୍ସ କିନ୍ତୁ ଏସବୁ ନେଇ ବାବୁଙ୍କ ପାଖରେ କିଛି ସନ୍ତୋଷଜନକ ଉତ୍ତର ନଥିବାରୁ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ଚଢ଼ାଉରେ ୭ ଡିଏସପି, ୫ ଇନ୍ସପେକ୍ଟର ଓ ୫ ଏସଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । Post navigation ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନର ମାଲିକ ହେବ ଆଦାନୀ ଗ୍ରୁପ ଇନ୍ଦୋରରେ ୨ ସେନା ଅଧିକାରୀଙ୍କୁ ଆକ୍ରମଣ ସହ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ