Veteran Jatra Artist Debi Prasad Ratha Passes Away
ଆରପାରିରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା-ନିର୍ଦ୍ଦେଶକ ଦେବୀ ପ୍ରସାଦ ରଥ । ଆଜି ନିଜ ଘର ପାରାଦୀପଗଡ଼ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଡିଜେ ସାଉଣ୍ଡ ପାଇଁ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ କରିଛନ୍ତି ।
 
ଓଡ଼ିଶାର ସୁନାମ ଧନ୍ୟ ଯାତ୍ରା କଳାକାର ଦେବୀ ପ୍ରସାଦ ରଥ ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ । ଦେବୀ ରଥ କେବଳ ଜଣେ ଅଭିନେତା ନଥିଲେ ବରଂ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ ।
 
ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ। l ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।
 
ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ । ତୁଳସୀ ଗଣନାଟ୍ୟରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।
 
ସେ ଅଭିନୟ କରିଥିବା ଯାତ୍ରା ନାଟକ ଗୁଡ଼ିକ ମଧ୍ୟରେ, ଚାର୍‌ ଶୋ ବିସ୍, ଗରୀବ କାନ୍ଦେ କାହିଁକି, ମହାଦେବ ବେଢ଼ା ବଉଦ ବେଦୀ, ପାଇକ ପୁଅ ଦଳବେହେରା, ପ୍ରେମ ସମାଧିରେ ବିବାହ ବେଦୀ, ମୁଣ୍ଡରେ ଥୋଇଛି ପାଦର ଜୋତା, ପଣତକାନି ଭଳି ଅନେକ ଲୋକପ୍ରିୟ ନାଟକ ଅନ୍ତର୍ଭୁକ୍ତ ।

By Nirvay

Leave a Reply

Your email address will not be published. Required fields are marked *