ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ମାନ୍ନା ଗାଁରେ ସୀମା ସଡ଼କ ସଂଗଠନ (ବିଆରଓ) ଶିବିରରେ ହିମସ୍ଖଳନ ଯୋଗୁଁ ବରଫରେ ଫସି ରହିଥିବା ୫୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ ଶ୍ରମିକଙ୍କ ମୃତ ହୋଇଛି । ୫୦ ଘଣ୍ଟା ଧରି ଚାଲିଥିବା ଅପରେସନ ଏବେ ଶେଷ ହେବା ପରେ ୮ ଶ୍ରମିକଙ୍କ ମୃତ ହୋଇଥିବା ସୂଚନା ମିଳିଛି। ଏହି ଉଦ୍ଧାର କାର୍ଯ୍ୟରେ ୧୭୦ ଯବାନ ନିୟୋଜିତ ରହିଥିଲେ । ସୂଚନା ଯୋଗ୍ୟ; ଶୁକ୍ରବାର ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ମନ୍ନା ଓ ବଦ୍ରିନାଥ ମଧ୍ୟରେ ଥିବା ବିଆରଓ କ୍ୟାମ୍ପ ନିକଟରେ ହିମସ୍ଖଳନ ଘଟିଥିଲା, ଯେଉଁଥିରେ ୫୫ ଜଣ ଶ୍ରମିକ ୮ଟି କଣ୍ଟେନର ଓ ଗୋଟିଏ ସେଡ୍ ଭିତରେ ଫସି ଯାଇଥିଲେ। ଶୁକ୍ରବାର ରାତି ସୁଦ୍ଧା ଶନିବାର ୩୩ ଓ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଶୁକ୍ରବାର ବର୍ଷା ଓ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ବେଳେ ରାତି ହୋଇଯାଇଥିବାରୁ ଅଭିଯାନ ବନ୍ଦ ରହିଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏନ୍.କେ.ଯୋଶୀ କହିଛନ୍ତି ଯେ ପାଗ ସଫା ହେବା ପରେ ମାନାରେ ମୁତୟନ ଥିବା ସେନା ଏବଂ ଭାରତ-ତିବ୍ଦତ ସୀମା ପୁଲିସ (ଆଇଟିବିପି) ଯବାନମାନେ ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। Post navigation କେନ୍ଦୁଝର ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ୨୦୨୫କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ; ବିରୋଧ ପରେ କ୍ଷମା ମାଗିଲେ