ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରିବେ ଅଣଛାତ୍ର। ଉତ୍କଳ ବିଶ୍ବବିଦ୍ୟାଳୟର ୪ ହଷ୍ଟେଲରୁ ଅଣଛାତ୍ର ବିଦା ହେବେ । ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଶ୍ବବିଦ୍ୟାଳୟର ୧,୨,୩ ଓ ୫ ନମ୍ବର ହଷ୍ଟେଲ ଉପରେ ଯାଞ୍ଚ କରାଯାଇ ଅଣଛାତ୍ରଙ୍କୁ ବାହାର କରାଯାଉଛି । ବର୍ଷ ବର୍ଷ ଧରି ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆଜି ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ଦିନ ୧.୩୦ ପର୍ଯ୍ୟନ୍ତ ପିଜି କାଉନ୍ସିଲ୍ ପକ୍ଷରୁ ରଦ୍ଦ କରାଯାଇଛି । ପୋଲିସ ଅଧିକାରୀଙ୍କ ସହ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହଷ୍ଟେଲରେ ଅଣଛାତ୍ର ଯାଞ୍ଚ ପାଇଁ ୫ ଜଣ ACP, ୪ ଜଣ IIC ଓ ୧୩ SI ଅଧିକାରୀ ସାମିଲ ଥିବା ସୂଚନା ମିଳିଛି । ଅନ୍ୟପଟେ ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି । ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ । ନାଲି ଆଖି ଦେଖାଇ ଏହା କରିହେବନି, ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ । ରାକିଂ ଓ ଗୁଣାତ୍ମକ ମାନ ନେଇ ଆମେ ସବୁବେଳେ ଚିନ୍ତିତ ରହୁଛୁ । ସମସ୍ତଙ୍କ ସହଯୋଗ ଆବଶ୍ୟକ, ନାଲି ଆଖି ଦେଖାଇ କରିହେବନି । କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । Post navigation ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଉପରାଷ୍ଟ୍ରପତି ନିର୍ବାଚନରୁ ବିରତ ରହିବ ବିଜେଡି