ଭାରତ ଫେରିବ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତହବୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆମେରିକାର ସୁପ୍ରିମ୍କୋର୍ଟ ଶନିବାର ଅନୁମୋଦନ କରିଛନ୍ତି। ପାକିସ୍ତାନୀ ବଂଶୋଦ୍ଭବ କାନାଡାର ନାଗରିକ ତହବୁର ରାଣାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ତହବୁର ରାଣାକୁ ଗିରଫ କରାଯାଇ ଲସ୍ ଏଞ୍ଜେଲସର ଏକ ଜେଲରେ ରଖାଯାଇଛି । ନିମ୍ନ ଅଦାଲତରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ ତହବୁର ରାଣା ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତ ଏବଂ ଅନେକ ଫେଡେରାଲ କୋର୍ଟରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ, ତହବୁର ରାଣା ଶେଷ ଥର ପାଇଁ ସାନ୍ ଫ୍ରାନ୍ସିସ୍କୋର ଉତ୍ତର ସର୍କିଟ ପାଇଁ ଆମେରିକାର କୋର୍ଟ ଅଫ୍ ଆପିଲ୍ସର ଦ୍ୱାରସ୍ଥ ହୋଇଥିଲେ। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ରାଣାଙ୍କ ପାଇଁ ଏହା ଥିଲା ଶେଷ ଆଇନଗତ ସୁଯୋଗ। ସୂଚନାଯୋଗ୍ୟ; ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା। ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା ତହବୁର। Post navigation ଚେନ୍ନାବ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ