ସାମ୍ବାଦିକ ଦେବାଶିଷ ରାଉତଙ୍କ ୩୫ବର୍ଷ ବୟସରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ସାମ୍ବାଦିକ ଦେବାଶିଷ ଗତ ୧୪ ବର୍ଷ ଧରି ଦୈନିକ ସମ୍ବାଦପତ୍ର ‘ସୂର୍ଯ୍ୟପ୍ରଭା’ରେ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ, ଶିଶୁପୁତ୍ର ଓ କନ୍ୟା ଥିଲେ।

ସୂଚନା ମୁତାବକ; ଶୁକ୍ରବାର ସକାଳୁ ଦେବାଶିଷ ନିଜ ଶାଶୁଙ୍କୁ ନେଇ ଏମ୍‌ସ ଯାଇଥିଲେ। ସେଠାରୁ ଫେରି ଅଫିସ୍ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସହ କର୍ମୀ ଓ ଆତ୍ମୀୟସ୍ୱଜନ ପହଞ୍ଚ୍ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ପୈତୃକ ଗ୍ରାମରେ ଅନ୍ତୋଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *