କେନ୍ଦ୍ର ସରକାର ଅଟଳ ପେନସନ ଯୋଜନା ଅବଧି ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୋମବାର ଦିନ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ଏହି ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ସରକାର ୬୦ ବର୍ଷ ବୟସ ପରେ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାନ୍ତି । Post navigation Sunita Williams Retires From NASA: ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ