ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଲା ଅନୁମୋଦନ । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଶୁକ୍ର କକ୍ଷପଥ ମିଶନ, ଗଗନଯାନ ଏବଂ ଚନଦ୍ରାଯାନ-୪ ମିଶନର ସମ୍ପ୍ରସାରଣକୁ କ୍ୟାବିନେଟ ଅନୁମୋଦନ କରିଛି। ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ଅନୁମତି ମିଳିଛି ଏଥିପାଇଁ ୨ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଚନ୍ଦ୍ରଯାନ-୪ ମିଶନରେ ସାଟେଲାଇଟ୍‌ ଚନ୍ଦ୍ରକୁ ଯାଇ ଫେରିବ । ଏବଂ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ପଥର ନମୂନା ଆଣିବାକୁ ଯୋଜନା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୪ ମିଶନରେ ୨୦୪୦ ସୁଦ୍ଧା ଚନ୍ଦ୍ରରେ ଭାରତୀୟ ମହାକାଶଚାରୀମାନଙ୍କୁ ଅବତରଣ କରିବା ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇବା ପାଇଁ ମୂଳ ପ୍ରଯୁକ୍ତିବିଦ୍ୟା ବିକାଶ କରିବ ବୋଲି ଏକ ବୟାନରେ କୁହାଯାଇଛି। ଚନ୍ଦ୍ରଯାନ-୪ ମିଶନରେ ମହାକାଶଯାନର ବିକାଶ ଏବଂ ଉତକ୍ଷେପଣ ପାଇଁ ଇସ୍ରୋ ଦାୟୀ ରହିବ। ଶିଳ୍ପ ଏବଂ ଏକାଡେମୀର ଅଂଶଗ୍ରହଣ ସହିତ ଏହି ମିଶନ ୩୬ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏହି ମିଶନ ଅଧୀନରେ କୁହାଯାଇଛି ଯେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ସ୍ୱଦେଶୀ ଭାବରେ ବିକଶିତ ହେବ।

Leave a Reply

Your email address will not be published. Required fields are marked *