କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ନୂତନ ସେବା ଲୋକାର୍ପିତ ହୋଇଯାଇଛି । କଟକ- ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନରେ ଥିବା ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସବୁଜ ପତାକା ଦେଖାଇ ଜରୁରୀକାଳୀନ ପ୍ରଶମନ ସେବା ସୁରକ୍ଷା ରଥକୁ ଉଦଘାଟନ କରିଛନ୍ତି । ୩୦ଟି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ (ERSS) ଲୋକାର୍ପିତ ହୋଇଛି । ଏହି ଗାଡିରେ ଦ୍ଵାରା ଲୋକମାନେ ପାଇପାରିବେ ୩ଟି ସୁବିଧା । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ଏହି ସ୍ବତନ୍ତ୍ର ଗାଡ଼ି । କଟକ ଓ ଭୁବନେଶ୍ବର କମିଶନରେଟ୍ ଅଞ୍ଚଳରେ ଏହି ଗାଡ଼ିର ସୁବିଧା ମିଳିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଉଦଘାଟିତ ହୋଇଥିବା ସୁରକ୍ଷା ରଥ ପୁଲିସକୁ ଆହୁରି ସୁଦୃଢ଼ କରିବ ଏବଂ ଲୋକଙ୍କର ପୁଲିସ ଉପରେ ବିଶ୍ୱାସ ବଢ଼ିବ । ଏହା ଏକ କେନ୍ଦ୍ରୀୟ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସହିତ ମିଶି ଏହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୧୯ରେ କୌଣସି ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଜରୁରୀକାଳୀନଗଡ଼ିକର ଶୁଭାରମ୍ଭ କରିଥିଲେ । ୨୦୨୨ରେ ପ୍ରଥମେ ୧୦୬ଟି ଗାଡ଼ି ଓଡ଼ିଶା ପୁଲିସକୁ ମିଳିଥିଲା । ଯେଉଁଥିରେ କମିଶନରେଟ୍ ପୁଲିସକୁ ୧୪ଟି ଗାଡ଼ି ମିଳିଥିଲା । ଆଜି ପୁଣି ୩୦ଟି ଗାଡ଼ି ପ୍ରଦାନ କରାଯାଇଛି । ୨୨ଟି ଭୁବନେଶ୍ୱର ଏବଂ ୮ଟି କଟକ ପୁଲିସକୁ ଦିଆଯାଇଛି । ଏହା ଦ୍ୱାରା ସୁରକ୍ଷାର ବାତ୍ତାବରଣ ସୃଷ୍ଟି କରିବ। Post navigation ବୃଦ୍ଧି ପାଇବ ଆଉ ୫ ହଜାର ଗୃହରକ୍ଷୀ ପଦବୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା