ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଶୁକ୍ରବାର ଦିନ ଝାରପଡା ଜେଲରୁ ଜାମିନରେ ମୁକୁଳିଛନ୍ତି । ଜେଲରୁ ବାହାରିବା ସମୟରେ ବହୁ ଛାତ୍ର ନେତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ସହର ପରିକ୍ରମା କରାଇଥିଲେ । ସୂଚନାଯୋଗ୍ୟ, ବାଲେଶ୍ୱର ସୌମ୍ୟାଶ୍ରୀଙ୍କ ଆତ୍ମଦାହ ମାମଲା ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ରାଜ୍ୟସାରା ଛାତ୍ର କଂଗ୍ରେସ ଆନ୍ଦୋଳନ ତୀବ୍ରତର ହେଲା । ତେଣୁ ଆନ୍ଦୋଳନକୁ ଚାପିବାକୁ ବିଜେପି ସରକାର ଷଡ଼ଯନ୍ତ୍ର କରି ମିଛ କେସରେ ଉଦିତ ପ୍ରଧାନଙ୍କୁ ଫସାଇ ଜେଲ ପଠାଇଥିଲା । ସୌମ୍ୟାଶ୍ରୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଯୋଜନାବଦ୍ଧ ଭାବେ ଉଦିତଙ୍କୁ ମିଛ ମାମଲାରେ ଉଠାଇନିଆଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ମାସର ପୁରୁଣା ଏକ କପୋଳକଳ୍ପିତ ଦୁଷ୍କର୍ମ ମାମଲା ରୁଜୁ ହେବାର କିଛି ଘଣ୍ଟା ଭିତରେ ତାଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ, ତେଣୁ ତାଙ୍କୁ ନିସର୍ତ୍ତ ମୂଳକ ଜାମିନ ମିଳିଥିବା ଆଇନଜୀବୀମାନେ କହିଛନ୍ତି । ‘ଦଳରୁ ନିଲମ୍ବନ ପ୍ରତ୍ୟାହାର ହେବା ପରେ କଂଗ୍ରେସ କାର୍ଯ୍ୟାଳୟକୁ ଯିବି, କାର୍ଯ୍ୟ କରିବି’ ବୋଲି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପ୍ରଧାନ । ସେ ଆହୁରି କହିଛନ୍ତି ପୁଲିସର ଦାୟିତ୍ୱ ଥିଲା ତଦନ୍ତ କରିବା । ରେଜିଷ୍ଟର ଚେକ କରାଯାଇନାହିଁ କିମ୍ବା କଲ୍ ସିଡ଼ିଆର ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇନାହିଁ । ଚାରିମାସ ତଳର ଘଟଣା ଯଦି ସିସିଟିଭି ଚେକ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସାଙ୍ଗକୁ ବିଜେପି ସରକାର ବଳାତ୍କାରୀ ବୋଲି କହିଛନ୍ତି ଉଦିତ । ନିଜ ଚରିତ୍ରକୁ ଲୁଚେଇବାକୁ ଜଣେ ଭଉଣୀଙ୍କୁ ସେମାନେ ମୋହରା କରି ବ୍ୟବହାର କରିଛନ୍ତି । ବିଜେପି ଚକ୍ରାନ୍ତ କରି ମୋତେ ଫସେଇଛି । ସୌମ୍ୟଶ୍ରୀ ଘଟଣାରେ କଂଗ୍ରେସର ଆନ୍ଦୋଳନ ପାଇଁ ବଦନାମ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି । ଦଳ ଯେଉଁ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେ ସମୟରେ ତାହା ଠିକ ଥିଲା । ଝାଳ ରକ୍ତ ଦେଇଛୁ ଦଳ ପାଇଁ, ଆଗାମୀ ଦିନରେ ଦଳରେ ପୁଣି ଯୋଗ ଦେଇ କାମ କରିବି ବୋଲି ସେ କହିଛନ୍ତି । Post navigation ସୌମ୍ୟାଶ୍ରୀ ଘଟଣା ଯୋଗୁଁ ଛାତ୍ର ନିର୍ବାଚନକୁ ଡରୁଛି ସରକାର