ଶିମିଳିପାଳରେ ନାହାଁନ୍ତି ଦୁଇ ବାଘୁଣୀ ଜିନତ୍ ଓ ଯମୁନା । ଶିମିଳିପାଳ ଛାଡି ଏବେ କୁଲଡିହା ଅଭୟାରଣ୍ୟରେ ଯମୁନା ରହିଥିବା ବେଳେ ଜିନତ୍ ଏବେ ବି ଝାଡଖଣ୍ଡରେ ରହିଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ସେ କହିଛନ୍ତି ୪ ଦିନ ଧରି ବାଘୁଣୀ ଜିନତ୍ କିଛି ଖାଉନାହିଁ । ସେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । କିନ୍ତୁ ବନ ବିଭାଗ ଜିନତ୍ ଉପରେ ତୀକ୍ଷ୍ମ ନଜର ରଖିଛି । ‘ଜିନତ୍’କୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି । ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ ।

Leave a Reply

Your email address will not be published. Required fields are marked *