ଆଜି ପବିତ୍ର ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ । ସମ୍ମାନୀତ ୪୫ ଜଣଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୨୧ ଜଣ ମହିଳା ଶିକ୍ଷକ ଅଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ସମ୍ମାନୀତ ହୋଇଥିବା ଶିକ୍ଷକଙ୍କ ମଧ୍ୟରୁ ସହରୀ ଶିକ୍ଷକଙ୍କ ତୁଳନାରେ ଗ୍ରାମୀଣ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି । ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଚାହୁଁଥିଲେ ଯେ ଦେଶବାସୀ ତାଙ୍କୁ ଶିକ୍ଷକଭାବରେ ମନରେ ରଖନ୍ତୁ। ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ଶିକ୍ଷା ବି ବହୁତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *