ଆଜିଠୁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସୁଶାସନ କର୍ମଶାଳା। ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। ଓଡ଼ିଶା ସୁ-ଶାସନର ମଡେଲ ଦେଖିବ ସାରା ଦେଶ। କର୍ମଶାଳାକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଓ ସୁଶାସନ ନେଇ ହେବ ଆଲୋଚନା । ଏଥିରେ ଯୋଗଦେବେ ସୁଶାସନ କ୍ଷେତ୍ରରେ ପିଏମ୍ଙ୍କ ଦ୍ବାରା ପୁରସ୍କୃତ ଅଧିକାରୀ । ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଜାତୀୟ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। “ପ୍ରଧାନମନ୍ତ୍ରୀଙ୍କ ପୁରସ୍କୃତ ପଦକ୍ଷେପ ୨୦୨୪ – (ଜିଲ୍ଲାଗୁଡ଼ିକର ସମଷ୍ଟିଗତ ବିକାଶ)” ଶୀର୍ଷକ ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନରେ DARPGର ଅତିରିକ୍ତ ସଚିବ ଶ୍ରୀ ପୁନୀତ ଯାଦବ ଅଧ୍ୟକ୍ଷତା କରିବେ। ଶ୍ରୀମତୀ ସରିତା ଚୌହାନ, ଯୁଗ୍ମ ସଚିବ (DARPG) “ପ୍ରଧାନମନ୍ତ୍ରୀଙ୍କ ପୁରସ୍କୃତ ପଦକ୍ଷେପ ୨୦୨୪- (ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ)” ଶୀର୍ଷକ ଉପରେ ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଅନ୍ୟାନ୍ୟ ଅଧିବେଶନଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ପୁରସ୍କୃତ ପଦକ୍ଷେପ ୨୦୨୩ ଏବଂ ୨୦୨୪ (ସାମଷ୍ଟିଗତ ବିକାଶ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବସୃଜନ) ଉପରେ ଆଲୋଚନା କରାଯିବ। Post navigation ରାଜଧାନୀରେ କଂଗ୍ରେସର ଗର୍ଜନ; ଲୋୟର ପି ଏମ୍ ଜି ଛକ ପାଲଟିଲା ରଣକ୍ଷେତ୍ର ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡଲାଇନ୍