୧୯୮୭ ବ୍ୟାଚ ଓଡିଶା କ୍ୟାଡର ବରିଷ୍ଠ ଆଇଏଏସ ତୁହିନକାନ୍ତ ପାଣ୍ଡେ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ ମିଳିଛି । ୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ସଚିବ ଅଛନ୍ତି ତୁହିନକାନ୍ତ। କେନ୍ଦ୍ର ଅର୍ଥ ସଚିବ ଭାବେ ଟିଭି ସୋମନାଥନଙ୍କ ସ୍ଥାନ ନେବେ ତୁହିନକାନ୍ତ।

ସେ କେନ୍ଦ୍ରୀୟ ଡେପୁଟେସନ୍ ପୂର୍ବରୁ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । ପୂର୍ବରୁ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ- OSFCର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ-OSICର ଏମଡି, ସମ୍ବଲପୁର ଜିଲ୍ଲାପାଳ ମଧ୍ୟ ଥିଲେ। ତୁହିନକାନ୍ତ ପ୍ଲାନିଂ କମିଶନ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

Leave a Reply

Your email address will not be published. Required fields are marked *