Trump again threatens to hike tariffs on India
ଭାରତ ଉପରେ ୨୫% ଟାରିଫ୍‌ ଲଗାଇବା ପରେ ଅତିରିକ୍ତ ଟାରିଫ ଲଗାଇପାରେ ଆମେରିକା ।
 
CNBC ସହିତ ସାକ୍ଷାତକାର ସମୟରେ ଟ୍ରମ୍ପ କହିଛନ୍ତି ଯେ ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ । ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ ଯଦି ଏଥିରେ ସୁଧାର ହୁଏ ନାହିଁ, ତେବେ ତାଙ୍କ ପ୍ରଶାସନ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
 
ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷିଆରୁ ତୈଳ ଓ ସାମରିକ ସାମଗ୍ରୀ କିଣୁଥିବା ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍‌ ନୀତି ଲାଗାଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ଯଦି ଆମେରିକା ଏପରି କରେ, ତେବେ ଭାରତ ସହିତ ଆହୁରି ତିକ୍ତତା ଆସିବାର ଆଶଙ୍କା ରହିଛି ।

By Nirvay

Leave a Reply

Your email address will not be published. Required fields are marked *