Truck accident in Arunachal Pradesh kills 22
ଅରୁଣାଚଳ ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆସାମର ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ ମିନି ଟ୍ରକ୍‌ ବିପଜ୍ଜନକ ଘାଟି ରାସ୍ତାରେ ୧୦୦୦ ଫୁଟ ତଳେ ଥିବା ଖାତକୁ ଖସି ପଡ଼ିଛି ।
 
ଏଥିରେ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଭାରତ-ଚାଇନା ସୀମାନ୍ତ ଅଞ୍ଜାୱ ଜିଲ୍ଲାରେ ଶ୍ରମିକମାନେ କାମ କରିବାକୁ ଗଲା ବେଳେ ଏପରି ଘଟଣା ଘଟିଛି ।
 
ଟ୍ରକରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ସେମାନେ ଠିକାରେ କାମ କରିବା ପାଇଁ ଅରୁଣାଚଳ ପ୍ରଦେଶର ଏକ ସ୍ଥାନକୁ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
 
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରତୀୟ ସେନା, NDRF, SDRF ଏବଂ ଜିଲ୍ଲା ପ୍ରଶାସନ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
 
ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *