କେନ୍ଦୁଝର ଜିଲ୍ଲାରେ ଆଜି ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ତେନ୍ତେଳାପଶି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ସଜନା ଗଛରେ ନାବାଳିକାର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଗଛରେ ଝୁଲୁଥିବା ନାବାଳିକାର ଶବ ପାଦ ତଳେ ଲାଗିଛି ଓ ପୋଷାକରେ ରକ୍ତସ୍ରାବର ଚିହ୍ନ ରହିଛି । ନିକଟରେ ବିଲରେ ଏକ ମସିଣା ଓ ଆଉ କିଛି ଲୁଗାପଟା ମଧ୍ଯ ପଡ଼ିଥ‌ିବା ଦେଖାଯାଇଛି। ରାତିରେ ଦୁର୍ବୃତ୍ତମାନେ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପୋଲିସ BNS ଧାରା ୭୦(୨) (ଗଣବଳାତ୍କାର) ଏବଂ ୧୦୩(୧) (ହତ୍ୟା) ଏବଂ POCSO ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସମ୍ଭାବ୍ୟ ବଳାତ୍କାର ମାମଲାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ରହିଥିବାର ଜଣାପଡିଛି। ଏହା ସହ କଂଗ୍ରେସ ଆଜି ଘଟଣାସ୍ଥଳ ଗସ୍ତ କରିଥିବା ବେଳେ ବିଜେଡି ଯିବାର ସୂଚନା ମିଳିଛି ।

ସୂଚନା ଯୋଗ୍ୟ; ଗତକାଲି ସକାଳ ନାବାଳିକାର ରକ୍ତ ଜୁଡୁବୁଡୁ ଝୁଲନ୍ତା ମୃତ ଦେହ ଦେଖି ପଣ୍ଡାପଡା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପଣ୍ଡାପଡା ପଲିସ ଟିମ ଘଟଣା ସ୍ଥଳରେ ପହଁଚି ବା ଶହ ପାରିପାଶ୍ବ ସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି କରିଥିଲା । ଏହ ପରେ ପରିବାର ଓ ସ୍ଥାନୀୟ ଲୋକ ଜିଦ ଧରିଲେ ଯେ ଅଭିଯୁକ୍ତକୁ ନ ଧରିବା ଯାଏ ଶବ ଦିଆଯିବ ନାହିଁ। ଗ୍ରାମର ଲୋକେ ନୁଦୁରପଡା -କାଳିଆହତା ତେନ୍ତେଳାପଶି ରାସ୍ତାକୁ ସଂଯୋଗ ରାସ୍ତା ଛକ ନିକଟକୁ ଅବରୋଧ କରିଥିଲେ । ଶେଷରେ ମାଜିଷ୍ଟ୍ରେଟ ତଥା ହରିଚନ୍ଦନପୁର ତହସିଲଦାର ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ |କିନ୍ତୁ ଲୋକମାନେ ରାସ୍ତା ଅବରୋଧରୁ ଉଠିନଥିଲେ । ଶେଷରେ ବୁଝାସୁଝା କରିବା ପରେ ରାସ୍ତା ଅବରୋଧରୁ ଓହରି ଥିଲେ ଏବଂ ଶବକୁ ପଲିସ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।  ଏହି ଘଟଣା ଦୁଷ୍କର୍ମ କି ନୁହେଁ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *