ଗତ ନିର୍ବାଚନ ରେ କଣ୍ଟାବାଞ୍ଜି ଆସନ ରୁ ଲକ୍ଷ୍ମଣ ବାଗ ଠାରୁ ନବୀନ ପଟ୍ଟନାୟକ ଙ୍କ ପରାଜୟ କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବରୀ ର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ । ସେ କହିଛନ୍ତି ନବୀନଙ୍କ ପରାଜୟ କେତେକ ଦଳୀୟ କର୍ମୀ ଙ୍କ ହୀନ ଚକ୍ରାନ୍ତ ଥିଲା।

ଦେବେନ୍ଦ୍ର ଙ୍କ ଅନୁଯାୟୀ କଣ୍ଟାବାଞ୍ଜି ନବୀନ ଙ୍କ ପାଇଁ ସୁରକ୍ଷିତ ଆସନ ନଥିଲା ଯେହେତୁ ବିଗତ ୨୦୧୯ ମସିହା ନିର୍ବାଚନ ରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଖଣ୍ଡ ଭୋଟ ରେ ପରାଜିତ ହୋଇଥିଲେ ଏବଂ କଣ୍ଟାବାଞ୍ଜି ରେ ଯାଦବ ଭୋଟର ଙ୍କ ସଂଖ୍ୟା ପ୍ରାୟ ୯୩୦୦୦ | ତଥାପି ଏହି ପରିସ୍ଥିତି ରେ ନବୀନ ଙ୍କ ନାମାଙ୍କନ ସେଇ ଆସନ ରୁ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଦେବେନ୍ଦ୍ର | ନବୀନ ଙ୍କୁ ଜାଣିବୁଝୀ ହରାଇ ପାଣ୍ଡିଆନ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲକ୍ଷ୍ୟ ରେ ବିଜେଡି କର୍ମୀ ଏହିପରି କରିଛନ୍ତି ବୋଲି ବଡ଼ ବୟାନ ଦେଇଛନ୍ତି ଦେବେନ୍ଦ୍ର |

ଅନ୍ୟପକ୍ଷ ରେ ବିଜେଡ଼ି ଛାଡ଼ିବାର ଧାରା ଜାରି ରହିଥିବା ବେଳେ, ଯାଜପୁର ଜିଲ୍ଲା ବାରୀର ପୂର୍ବତନ ବିଧାଯ଼କ ସୁନନ୍ଦା ଦାସ ଏହି ତାଲିକାରେ ଯୋଗ ଦେଇଛନ୍ତି।

ଦଳରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର ଦିନ ସୁନନ୍ଦା ଅଭିଯୋଗ କରିଛନ୍ତି ଯେ ଅଫିସର ମାନେ ୨୦୨୪ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଦଳ ପାଇଁ ଟିକେଟ୍ ସ୍ଥିର କରୁଥିଲେ ଏବଂ ଟିକେଟ୍ ମିଳିବ ବୋଲି ଆଶ୍ୱାସନା ଦେଇ ଶେଷ ମୁହୂର୍ତ୍ତରେ ମନା କରିଦିଆଯାଇଥିଲା।

By Nirvay

Leave a Reply

Your email address will not be published. Required fields are marked *