ମହାରାଷ୍ଟ୍ର କ୍ୟାଡର ଟ୍ରେନିଂ ଆଇଏଏସ୍ ପୂଜା ଖେଡକରଙ୍କ ଉପରେ ବଡ଼ ଆକ୍ସନ। ବିବାଦରେ ଛନ୍ଦି ହେବା ପରେ ପୂଜା ଖେଡକରଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛି ଉତ୍ତରାଖଣ୍ଡ ମସୁରି ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଆଡମିନିଷ୍ଟ୍ରେସନ ଏକାଡେମୀ। ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି। ଡିଷ୍ଟିକ୍ଟ ପୋଟିଂ ଛାଡ଼ି ଟ୍ରେନିଂ ଏକାଡେମୀରେ ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀକୁ ଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହା ବ୍ୟତୀତ ଏକାଡେମୀ ମହାରାଷ୍ଟ୍ର ସରକାରଙ୍କୁ ଏକ ଚିଠି ଲେଖ୍ ଏ ସମ୍ପର୍କରେ ସୂଚନା ଦେଇଛି। ମହାରାଷ୍ଟ୍ର କ୍ୟାଡର ଟ୍ରେନିଂ ଆଇଏଏସ୍ ପୂଜା ଖେଡକର ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା। ଆଜି ତାଙ୍କ ଉପରେ ଆକ୍ସନ ନିଆଯାଇଛି । Post navigation ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ: ବିରଂଚି ତ୍ରିପାଠୀ