ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଭୁବନେଶ୍ବରରେ ଟ୍ରାଫିକ ବ୍ୟବସ୍ଥା ଉପରେ କଟକଣା ଲଗାଯାଇଛି । ଆସନ୍ତାକାଲି ସକାଳ ୭.୩ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ରହିଛି। ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ହେବ। ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ ଦେଇ ନନ୍ଦନକାନନ ଆଡ଼କୁ ଯିବେ। ଜରୁରୀକାଳୀନ ସେବା ଯଥା ଫାୟାର, ଆମ୍ବୁଲାନ୍ସ ପାଇଁ କଟକଣା ନାହିଁ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଂଚିବା ପରେ କଡା ସୁରକ୍ଷା ବଳୟରେ ଜନତା ମୈଦାନକୁ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସୁଭଦ୍ରା ଯୋଜନାର ଶୁଭାରାମ୍ଭ କରିବେ।

Leave a Reply

Your email address will not be published. Required fields are marked *