**EDS: RPT WITH ADDED POST PRODUCTION** Prayagraj: A drone shot of devotees gathered to take a holy dip during ongoing Mahakumbh Mela, at the Sangam in Prayagraj, Tuesday, Feb. 18, 2025. (PTI Photo) (PTI02_18_2025_RPT021A)

ଦିନକୁ ଦିନ ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା  ବଢିବାରେ ଲାଗିଛି । ବିଶ୍ୱର ଅନ୍ୟତମ ବୃହତ୍ତମ ଧାର୍ମିକ କାର୍ଯ୍ୟକ୍ରମ ୪୫ ଦିନିଆ କୁମ୍ଭମେଳା ଆଜି ଶିବରାତ୍ରିର ସଙ୍ଗମସ୍ଥଳରେ ଅନ୍ତିମ ସ୍ନାନ ସହ ଶେଷ ହେଉଛି। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଏପର୍ଯ୍ୟନ୍ତ ସବୁ ବର୍ଗର ପ୍ରାୟ ୬୫ କୋଟିରୁ ଅଧିକ ଲୋକ ସ୍ନାନ କରିଛନ୍ତି। ରେକର୍ଡ ଶ୍ରଦ୍ଧାଳୁଙ୍କ ପବିତ୍ର ବୁଡ଼ ପାଇଁ ସବୁ ଦୃଷ୍ଟିରୁ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ବାସ ଓ ଭକ୍ତିର ଦିବ୍ୟ ଅନୁଭୂତି ଦେବା ପାଇଁ ସୁରକ୍ଷା ଓ ସହଜ ସ୍ନାନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବିଭିନ୍ନ ବାଟ ଦେଇ ସହରକୁ ଗତ ୨୪ ତାରିଖରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରବେଶ କରୁଥିବାରୁ ବିଭିନ୍ନ ଘାଟରେ ସୁବିଧାରେ ସ୍ନାନ କରିବା ଲାଗି ବନ୍ଦୋବସ୍ତ କରାଯାଇଛି। ମୋଟ ୩୦ଟି ଘାଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଉଛନ୍ତି। ଭିଡ଼ ନିୟନ୍ତ୍ରଣ ଲାଗି ଅସ୍ଥାୟୀ ଭାବେ ନିର୍ମିତ ୩୦ଟି ପିପା ପୋଲକୁ ଉପଯୋଗ କରାଯାଉଛି।

ମହାକୁମ୍ଭର ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗତକାଲି ସନ୍ଧ୍ୟା ୬ଟାରୁ ସମଗ୍ର ମେଳା ଅଞ୍ଚଳକୁ ନୋ ଭେଇକିଲ ଜୋନ୍ ଘୋଷଣା କରାଯାଇଥିବା ବେଳେ ମେଳା ଅଞ୍ଚଳକୁ କୌଣସି ଗାଡ଼ି ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବ। ମହାଶିବରାତ୍ରୀ ଓ କୁମ୍ଭର ଅନ୍ତିମ ସ୍ନାନ ପର୍ବକୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଟ୍ରାଫିକ୍ ନିୟମ ଓ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *