ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ମେହସାଣା ସହରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ଲଗାତାର ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ୨୦୧୪ ପରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଅଛନ୍ତି।

ବିଜେପି ଏବଂ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନକୁ ମହା ଆଡମ୍ବରରେ ପାଳନ କରିବେ। ଏହି ଅବସରରେ, ନୂତନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ସହିତ, ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ କରାଯିବ। ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟପ୍ରଦେଶର ଭୈନସାଳାରୁ ସ୍ୱାସ୍ଥ୍ୟ ନାରୀ, ସଶକ୍ତ ପରିବାର ଏବଂ ପୋଷଣ ଅଭିଯାନର ଶୁଭାରମ୍ଭ କରିବେ।  ବିଜେପି ଦେଶବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରିବ ଏବଂ ଆଗାମୀ ୧୫ ଦିନ ପାଇଁ ଏହାକୁ ସେବା ପଖୱାଡା ଭାବରେ ପାଳନ କରିବ। ଏହା ସହିତ, ପ୍ରତ୍ୟେକ ଜିଲ୍ଲାରେ ବୁଦ୍ଧିଜୀବୀମାନଙ୍କ ସହିତ ଯୋଗାଯୋଗ କରାଯିବ ଏବଂ ୧୧ ବର୍ଷରେ ମୋଦୀ ସରକାରଙ୍କ ସଫଳତା ସମ୍ପର୍କରେ ଆଲୋଚନାଚକ୍ର ଆୟୋଜନ କରାଯିବ। ଏହି ଅବସରରେ ବିଜେପି ସାରା ଦେଶରେ ୧୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ମଧ୍ୟ ରଖିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦେଶ ବିଦେଶରୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛା ସୁଅ । ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ୍‌ କଲ୍ କରି ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଫୋନ୍‌ କଲରେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଦିଗରେ ଆଲୋଚନା କରିଛନ୍ତି । ୟୁକ୍ରେନ୍‌ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଥିବା ଏନେଇ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ପିଏମ୍‌ ମୋଦି ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଶ୍ରୀମତୀ ମୁର୍ମୁ କହିଛନ୍ତି, କଠିନ ପରିଶ୍ରମର ଶିଖରର ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ଆପଣଙ୍କ ଅସାଧାରଣ ନେତୃତ୍ୱ ସହିତ ଆପଣ ଦେଶରେ ବଡ଼ ଲକ୍ଷ୍ୟ ହାସଲ କରିବାର ସଂସ୍କୃତି ସୃଷ୍ଟି କରିଛନ୍ତି। ଆଜି ବିଶ୍ୱ ସମ୍ପ୍ରଦାୟ ମଧ୍ୟ ଆପଣଙ୍କ ମାର୍ଗଦର୍ଶନରେ ନିଜର ବିଶ୍ୱାସ ପ୍ରକାଶ କରୁଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣ ସର୍ବଦା ସୁସ୍ଥ ଏବଂ ଖୁସି ରୁହନ୍ତୁ ଏବଂ ଆପଣଙ୍କ ଅନନ୍ୟ ନେତୃତ୍ୱ ସହିତ ଦେଶକୁ ପ୍ରଗତିର ନୂତନ ଶିଖରରେ ପହଞ୍ଚାନ୍ତୁ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ବୋଲି କହିଛନ୍ତି। ଆପଣଙ୍କ ସମର୍ପଣ, କଠିନ ପରିଶ୍ରମ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ବିକାଶର ନୂତନ ଶିଖର ଛୁଉଁଛି। ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ”ର ମନ୍ତ୍ର ଆଜି ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଆଶା ଏବଂ ଆତ୍ମବିଶ୍ୱାସ ଭରି ଦେଇଛି। ଭିତ୍ତିଭୂମିର ବିକାଶ , ସମାଜ କଲ୍ୟାଣ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନସେବା କ୍ଷେତ୍ରରେ ଆପଣଙ୍କ ନିରନ୍ତର ପ୍ରୟାସ ଓଡ଼ିଶା ସମେତ ସାରା ଦେଶର କୋଟି କୋଟି ପରିବାରର ଜୀବନରେ ଉନ୍ନତି ଆଣିଛି ଓ ସେମାନଙ୍କୁ ସଶକ୍ତ କରିଛି। ଆଜି ଆପଣଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଆପଣଙ୍କୁ ଦୀର୍ଘ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଅସୀମ ଶକ୍ତି ପ୍ରଦାନ କରନ୍ତୁ ଓ ଆପଣଙ୍କ ନେତୃତ୍ୱରେ ଆମ ଦେଶ ବିକଶିତ ଭାରତ ହେବା ଦିଗରେ ଅଗ୍ରସର ହେଉ।

Leave a Reply

Your email address will not be published. Required fields are marked *