today-is-holy-kartika-purnima
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ । ଧର୍ମମାସ କାର୍ତ୍ତିକର ଶେଷ ଦିନ । ସାଧବ ପୁଅମାନେ ବିଦେଶରେ ବେପାର ବାଣିଜ୍ୟ କରି ଓଡ଼ିଶାକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିଥିବା ସ୍ମୃତିର ଦିନ ହେଉଛି ଆଜି ।  
 
ଆମ ସାଧବ ପୁଅମାନେ ବୋଇତ ଧରି ବାଣିଜ୍ୟ କରିବାକୁ ଦରିଆ ପାରି ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ବିଶ୍ୱାସ ରହିଛି ବର୍ଷକରେ ଥରେ କାର୍ତ୍ତିକ ପୂର୍ଣ୍ଣିମା ଦିନରେ ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ ।
 
ଆଜି ସକାଳୁ ସକାଳୁ ପୁଷ୍କରିଣୀ, ନଦୀ, ନାଳ ଓ ସମୁଦ୍ର କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ଡଙ୍ଗାରେ ପାନ, ଗୁଆ ଥୋଇ, ଦୀପ, ଧୂପ ଜାଳି ଡଙ୍ଗା ଭସାଇଛନ୍ତି ।
 
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଇଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *