ନନ୍ଦନକାନନକୁ ଆସିଲେ ୨ ନୂଆ ଅତିଥି । ଦୁଇ ଶାବକଙ୍କୁ ଜନ୍ମଦେଲା ବାଘୁଣୀ ମୌସୁମୀ । ଏହାକୁ ମିଶେଇ ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ରହିଛନ୍ତି । ଗତକାଲି ରାତିରେ ନନ୍ଦନକାନନର ୨୮ବି ଖୁଆଡ଼ରେ ରହୁଥିବା ଧଳା ବାଘୁଣୀ ମୌସୁମୀ ଦୁଇ ଶାବକ ଜନ୍ମ କରିଛି । ଗୋଟିଏ ଛୁଆ ଧଳା ହୋଇଥିବାବେଳେ ଅନ୍ୟଟି ସାଧାରଣ ରଙ୍ଗର ହୋଇଛି ।

ସୂଚନା ଯୋଗ୍ୟ; ୩୦ ଜୁଲାଇ ୨୦୨୪ ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା । ତିନୋଟି ଶାବକ ଜନ୍ମ ଦେଇଥିଲା । ମହାବଳ ବାଘ ରାଜେଶ ସହିତ ମୌସୁମୀର ମିଳନ କରାଯାଇଥିଲା। ଶନିବାର ପୁଣି ଧଳା ବାଘୁଣୀ ମୌସୁମୀ ଦ୍ବିତୀୟ ଥର ମାଆ ହୋଇଛି । ଦୁଇଟି ଶବକ ସୁସ୍ଥ ଥିବା ଜଣାପଡିଛି । ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *