ଖୁବ୍ ଶୀଘ୍ର ବାଘଶୂନ୍ୟ ହୋଇପଡ଼ିଥିବା ସାତକୋଶିଆ ଅଭୟାରଣ୍ୟକୁ ଆସିବେ ମହାବଳ ବାଘ । ସାତକୋଶିଆକୁ ଆସିବେ ୧୨ରୁ ୧୪ ମହାବଳ ବାଘ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ଦିଆଯାଇଛି ।

ଏନଟିସିଏର ଟାଇଗର ରିକଭରି ପ୍ଲାନ ଅନୁୟାୟୀ ଏହାକୁ ୫ ବର୍ଷ ଭିତରେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। ସେ ଆଉ ମଧ୍ୟ କହିଛନ୍ତି ସାତକୋଶିଆର କୋର ଏରିଆ ଏବେ ଖାଲି ହୋଇଗଲାଣି । ଅଭୟାରଣ୍ୟର ଅନ୍ୟ ଅଞ୍ଚଳରୁ ଲୋକ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେଲେ ଯାଇ ପ୍ରକଳ୍ପ ଆରମ୍ଭ ହୋଇପାରିବ । ଏଥିପାଇଁ ସ୍ଥାନୀୟ ଲୋକ ଓ ଲୋକପ୍ରତିନିଧିଙ୍କ ସହାୟତା ଆବଶ୍ୟକ ।

୨୦୦୭ ମସିହାରେ ସାତକୋଶିଆରେ ୧୩ରୁ ୧୫ ବାଘ ଥିବା ବେଳେ ଏବେ ଏହା ବାଘ ଶୂନ୍ୟ ହୋଇଯାଇଛି । ତେଣୁ ଟାଇଗର ରିକଭରି ପ୍ଲାନ ଅନୁଯାୟୀ ବାଘ ଆଣିବାକୁ ଯୋଜନା ଅଛି ବୋଲି କହିଛନ୍ତି ପିସିସିଏଫ । ସେ ଆଉ ମଧ୍ୟ କହିଛନ୍ତି ପ୍ରଥମ ପର୍ଯ୍ୟାରେ ଗୋଟିଏ   ଅଣ୍ଡିରା ଓ ଦୁଇଟି ମାଈ ବାଘ ଅଣାଯିବ। ବାଘ ଅଣାଯାଇ ବଂଶ ବିସ୍ତାର ପାଇଁ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *