ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ। ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ। ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ।

 

ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *