ଭୁବନେଶ୍ବର ଲୋୟର ପିଏମଜିରେ ମହିଳାଙ୍କ ଗର୍ଜନ । ବକେୟା ଦରମା ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ଲୋୟର ପିଏମଜିର ହଜାର ହଜାର ମହିଳାଙ୍କ ଗର୍ଜନ। ଆନ୍ଦୋଳନକୁ ଓହ୍ଲାଇଲା ଅଲ ଓଡ଼ିଶା ଜି.ପି.ଏଲ.ଏଫ ମିଶନ ଶକ୍ତି ସାମୁଖ୍ୟ । ଆନ୍ଦୋଳନରେ ଏମବିକେ, ବ୍ୟାଙ୍କ୍ ମିତ୍ର,ଏଲଏସପି, ସିଆରପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର ସାମିଲ ଅଛନ୍ତି । ବିଜୁ ଶ୍ରମିକ ସାମ୍ମୁଖ୍ୟର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଓ କଟକ ମେୟର ସୁବାସ ସିଂ ଧାରଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନଯୋଗ୍ୟ; ପ୍ରାୟ ୬ଟି କ୍ୟାଡରର କାମ କରୁଥିବା ମହିଳା କର୍ମଚାରୀ ଗତ ୯ ମାସର ବକେୟା ପାରିଶ୍ରମିକ ବା ଦରମା ପାଇନାହାଁନ୍ତି । ବିଗତ ସରକାରର ୩ ମାସର ସହ ଚଳିତ ସରକାର ୬ ମାସର ଦରମା ଦେଇନାହାନ୍ତି । ତେଣୁ ସେମାନେ ଆଜି ପିଏମଜିରେ ଏକଜୁଟ ହୋଇଛନ୍ତି । ଏହା ସହ ସେମାନଙ୍କ ଦରମା ବ୍ୟାଙ୍କ ଆକାଉଣ୍ଟକୁ ପଠା ନ ଯିବା ପର୍ଯ୍ୟନ୍ତ ସେମାନେ ଏମିତି ଆନ୍ଦୋଳନରେ ବସି ରହିବେ ବୋଲି ସରକାରକୁ ଚେତାବନୀ ଦେଇଛନ୍ତି । Post navigation ଭୁବନେଶ୍ବରରେ ସିବିଆଇର ଚଢ଼ାଉ; ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଟେଣ୍ଡର ଫିକ୍ସିଂ, ରିମାଣ୍ଡରେ ଗଲେ ୩ ରାଜ୍ୟସଭା ଉପନିର୍ବାଚନ ପାଇଁ ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି