ଆସନ୍ତାକାଲି ସୁଭଦ୍ରା ଯୋଜନାରେ ସାମିଲ ହେବେ ବାଦ ପଡ଼ିଥିବା ଆବେଦନକାରୀ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ । ଏଥର ପ୍ରାୟ ୨୦ ଲକ୍ଷ ମହିଳା ପାଇବେ ଟଙ୍କା । ବାଦ୍ ପଡ଼ିଥିବା ୨୨ପ୍ରତିଶତ ମହିଳାଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ।ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ କରାଯିବା ପରେ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଯେଉଁମାନେ ବାକି ହିତାଧିକାରୀ ରହିଛନ୍ତି ଜମି ସମସ୍ୟା ଯୋଗୁଁ ତାଲିକାରେ ସେମାନଙ୍କର ନାଁ ନାହିଁ । ତାଙ୍କ ନାଁ’ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି । ଏହା ବାବାଦରେ ଫିଜିକାଲ ଭେରିଫିକେସନ ହେବ । ଯାଞ୍ଚ କରାଯିବା ପରେ ଯୋଜନାରେ ସାମିଲ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ୫ ଲକ୍ଷ ମିସ୍ ମ୍ୟାଚର ସମାଧାନ ହୋଇପାରି ନାହିଁ  ।  ତେଣୁ ସେମାନେ ଏଥର ଯୋଜନାର ଲାଭ ଉଠାଇବା ପାଇଁ ସକ୍ଷମ ହୋଇପାରିବେ ନାହିଁ  । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ ପରେ ସାମିଲ କରାଯିବ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ ଟଙ୍କା ।

Leave a Reply

Your email address will not be published. Required fields are marked *