ଆଜି ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ମମତାଙ୍କ ଉପରେ ବର୍ଷିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ୨୦୨୬ ପରେ ମମତା ଆଉ ବେଙ୍ଗଲର ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ । ମା’ ମାଟି ମାନୁଷ”ର ନାରା ଦେଇ ମମତା କ୍ଷମତାକୁ ଆସିଥିଲେ । କିନ୍ତୁ ବର୍ତ୍ତମାନ ସେହି ପୁଣ୍ୟ ଭୂମିରେ ଚାଲିଛି ଗୁଣ୍ଡାରାଜ, ହିଂସା ଏବଂ ହତ୍ୟାକାଣ୍ଡ । ମହିଳାଙ୍କ ଉପରେ ଅତ୍ୟାଚାର ସହ ଅନୁପ୍ରବେଶକାରୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଶାହା ଆଉ ମଧ୍ୟ କହିଛନ୍ତି ଯଦି ପଶ୍ଚିମବଙ୍ଗରେ ଅନୁପ୍ରବେଶ ବନ୍ଦ କରିବାକୁ ଚାହୁଁଛ, ଯଦି ପଶ୍ଚିମବଙ୍ଗରେ ଦୁର୍ନୀତି ବନ୍ଦ କରିବାକୁ ଚାହୁଁଛ ଏବଂ ଯଦି ହିନ୍ଦୁଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ଚାହୁଁଛ ତେବେ ପଶ୍ଚିମବଙ୍ଗରେ ଟିଏମସିର ସରକାର ହଟେଇ ବିଜେପିର ସରକାରକୁ ଆଣିବାକୁ ପଡ଼ିବ । ତୁଷ୍ଟୀକରଣ ପାଇଁ ମମତା ବେଙ୍ଗଲକୁ ଅନୁପ୍ରବେଶକାରୀଙ୍କୁ ଦେଇ ଦେଇଛନ୍ତି । ମୁର୍ଶିଦାବାଦ ହିଂସା ହେଉଛି ରାଜ୍ୟ ପ୍ରାୟୋଜିତ କାଣ୍ଡ । ମୁର୍ଶିଦାବାଦ ହିଂସାରେ ବେଙ୍ଗଲର ମନ୍ତ୍ରୀମାନେ ସଂଶ୍ଲିଷ୍ଟ । ହିନ୍ଦୁ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି ମମତା ସରକାର । ୱକ୍ଫ ଆଇନକୁ ଏଥିପାଇଁ ମମତା ବିରୋଧ କରୁଛନ୍ତି । ପଶ୍ଚିମବଙ୍ଗର ଉନ୍ନତି ପାଇଁ ୨୦୨୬ରେ ପଶ୍ଚିମବଙ୍ଗରୁ ମମତା ସରକାରକୁ ଓପାଡ଼ି ଫିଙ୍ଗି ଦେବାକୁ ହେବ। Post navigation ବିଜେଡ଼ିରେ ମିଶିଲେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଦଳର ନେତୃବୃନ୍ଦ ଭାରସାମ୍ୟ ହରାଇ ବିଜାଘାଟିରେ ଓଲଟିଲା ବସ୍, ୫୦ରୁ ଅଧିକ ଯାତ୍ରୀ ଚାପିହୋଇଥିବା ସନ୍ଦେହ