ରାଜ୍ୟରେ ବିଜେପି ସରକାରର ଶହେ ଦିନ ପୂର୍ତ୍ତି ପାଇଁ ପୁରୀ ଶରଧାବାଲିରେ ଆୟୋଜିତ ହୋଇଛି ଭବ୍ୟ ଉତ୍ସବ । ପ୍ରଥମ ଥର ପାଇଁ ବହୁମତ ପାଇ ରାଜ୍ୟରେ ସରକାର ଗଠନ କରିଥିଲା ବିଜେପି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି।

ଆଜି ରାଜ୍ୟରେ ବିଜେପି ସରକାରଙ୍କ ଶହେ ଦିନ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସୋସିଆଲ ମିଡ଼ିଆରେ ଲୋକଙ୍କ ସରକାରକୁ ୧୦୦ ଦିନ ପୂର୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳ ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଟ୍ବିଟ୍ କରି କହିଛନ୍ତି ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ୧୦୦ ଦିନ ସଫଳତାର ସହ ପୂର୍ଣ ହୋଇଛି । ଏହି ସମୟ ସୀମା ମଧ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗରିବ, କଷକ, ମହିଳା, ଯୁବକ, ଆଦିବାସୀଙ୍କ ସମେତ ସବୁ ବର୍ଗର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଅନେକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି । ଶିକ୍ଷା ଓ ଦକ୍ଷତା ସହ ସଡ଼କ, ରେଳ ଭିତ୍ତିଭୂମିର ସୁଦୃଢକରଣ, ଶିଳ୍ପ ଓ ବାଣିଜ୍ୟ ବିକାଶ ସହ ନିଯୁକ୍ତି ସୃଷ୍ଟି କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଆମ ସରକାର ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ବହୁତ କମ ଦିନ ମଧ୍ୟରେ ପାଳନ କରାଯାଇଛି, ଯାହାକୁ ଓଡ଼ିଶାବାସୀ ସ୍ବାଗତ କରିଛନ୍ତି । ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯିବା ସହ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି । କୃଷକଙ୍କୁ ସଶକ୍ତ କରିବା ପାଇଁ ସିଏମ-କିଷାନର ଶୁଭାରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ପିଏମ-ଉଷା ଓ ପିଏମ ଶ୍ରୀ ଯୋଜନା କ୍ରିୟାନ୍ବୟନ ହୋଇଛି। ସାମାଜିକ ସୁରକ୍ଷା ସହ ଦୀର୍ଘ ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନ ଅଭିଯୋଗ ଶୁଣାଣି ହେଉଛି । ଓଡ଼ିଆ ଅସ୍ମିତାକୁ ଅକ୍ଷୁର୍ଣ ରଖୁବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଓଡ଼ିଶା ସରକାର ‘ବିକଶିତ ଓଡ଼ିଶା’ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *