ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଭୁବନେଶ୍ବରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି । ଆମ ସରକାର କୌଣସି ରାଜ୍ୟକୁ କେବେ ଅବହେଳା କରିନାହି କି କେବେ କରିବନି । ରାଜ୍ୟମାନଙ୍କର ହକ୍‌ ଅନୁସାରେ ସେମାନଙ୍କୁ ସବୁ ମିଳିବ । ମହତ୍ତ୍ୱପୂର୍ଣ୍ଣ ଖଣି ସନ୍ଧାନରେ କେନ୍ଦ୍ର ସରକାର ରହିଛନ୍ତି । ସେହିପରି କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ।

ସେ ଆଉ ମଧ୍ୟ କହିଛନ୍ତି ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ଭାରତରେ ସର୍ଭେ ଚାଲିଛି । ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ ।

ସୂଚନା ଅନୁସାରେ; ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଆଜି ପ୍ରଥମେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଅନୁଗୁଳ ଗ୍ରସ୍ତ କରି ସେଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।

Leave a Reply

Your email address will not be published. Required fields are marked *