କୋଲକାତା ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଆଗତ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ କୁହାଯାଇଛି ତଦନ୍ତକୁ ବିରୋଧ କରୁନାହିଁ। ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର କୌଣସି ଶୁଣାଣି କରିନାହାଁନ୍ତି। ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ଘୋଷ ଦାବି କରିଥିଲେ। କିନ୍ତୁ ଆଗତ ପିଟିସନକୁ ଆଜି ଖାରଜ କଲେ ସୁପ୍ରିମକୋର୍ଟ ।

ଏହି ଆବେଦର ଶୁଣାଣି ବେଳେ ମୁଖ୍ୟ ବିଚରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, କିପରି ଅନୁସନ୍ଧାନ କରାଯିବା ଉଚିତ୍, ଆମେ ତାହା ସିବିଆଇକୁ ଜଣାଇବା ଆବଶ୍ୟକ ନାହିଁ। କଲିକତା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ; ୨୦୨୪ ଅଗଷ୍ଟ ୨୩ ତାରିଖରେ, କୋଲକାତା ହାଇକୋର୍ଟ ଆରଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ତଦନ୍ତକୁ ରାଜ୍ୟ ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ରୁ ସିବିଆଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ପୂର୍ବତନ ପ୍ରିନ୍ସିପାଲ୍ ଡକ୍ଟର ସନ୍ଦୀପ ଘୋଷଙ୍କୁ ସେପ୍ଟେମ୍ବର ୩ ରେ ୮ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଥିଲା। ସରକାରୀ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ଘୋଷଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା। ସନ୍ଦୀପ ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ପୃଥକ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ପ୍ରଥମ ମାମଲାଟି ହେଉଛି ଅଗଷ୍ଟ ୯ ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଦ୍ୱିତୀୟ ମାମଲା ହେଉଛି ଡାକ୍ତରଖାନାରେ ଆର୍ଥିକ ପ୍ରଶାସନିକ ଅନିୟମିତତା।

Leave a Reply

Your email address will not be published. Required fields are marked *