ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ଆରମ୍ଭ ହେଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ।ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ଦାନା । ତେବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିବ ଅଥାତ୍ ଏହି ପ୍ରକ୍ରିୟା ଭୋର୍‌ ସକାଳ ଯାଏଁ ଚାଲୁ ରହିବ । ଏହି ସମୟରେ ପବନର ବେଗ ୧୦୦ ରୁ ୧୨୦ ଉପରେ ରହିବ ବୋଲି ଅନୁମାନ କରାଯାଉଛି ।

ଏହି ଲ୍ୟାଣ୍ଡଫଲ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଭୀଷଣ ମାତ୍ରାରେ ପବନ ବହିବା ଆରମ୍ଭ ହେଲାଣି । ବିଶେଷ କରି କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପ୍ରଚଣ୍ଡ ପବନ ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡାର ଭିତରକନିକା ଏବଂ ଭଦ୍ରକର ଧାମରାରେ ପ୍ରବଳ ବର୍ଷା-ପବନ ଆରମ୍ଭ ହୋଇଯାଇଛି । ଏହା ସହ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ଥିବା ବେଳେ ସାମୁଦ୍ରିକ ଜୁଆର ଉଗ୍ରରୂପ ଧାରଣ କରିଛି। ଜୁଆର ଅଧିକ ଉଚ୍ଚରେ ଉଠୁଛି। ସମୁଦ୍ର ଅଶାନ୍ତ ରହିଛି ।

Leave a Reply

Your email address will not be published. Required fields are marked *