ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକରେ ବିଭିନ୍ନ ଦାବି ରଖିଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାର ଦାବି ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଏସଡିଆରଏଫରରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖିଛୁ । ବେଶୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ଦାବି । କେନ୍ଦ୍ରୀୟ ଟିକସ ଆୟରୁ ରାଜ୍ୟକୁ ୪୧ ପ୍ରତିଶତ ମିଳୁଥିଲା । ଏହାକୁ ୫୦ ପ୍ରତିଶତ ବୃଦ୍ଧି କରିବାକୁ ଦାବି କରାଯାଇଛି । ସେହିପରି ଏସଡିଆରଏଫର ବାର୍ଷିକ ଅନୁଦାନ କେନ୍ଦ୍ରରେ ବୃଦ୍ଧି ଦାବି କରାଯାଇଛି । କେନ୍ଦ୍ର ୭୫ ପ୍ରତିଶତ ଓ ରାଜ୍ୟ ୨୫ ପ୍ରତିଶତ ଦେଇଥାଏ । ୭୫ ପ୍ରତିଶତ କୁ ୧୦୦ ପ୍ରତିଶତ କରିବା ପାଇଁ ଦାବି କରାଯାଇଛି । ଏଥିସହ ଭାରତର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶା ସାମିଲ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦୩୬ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ ଗଠନ ଲାଗି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । Post navigation ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଅଶ୍ଲୀଳ ନୃତ୍ୟ ବନ୍ଦ ହେବା ପାଇଁ ହୋଇଥିବା ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ବୟାନବାଜି ଆରମ୍ଭ