ମହାକୁମ୍ଭ ଭକ୍ତି, ଶ୍ରଦ୍ଧା ଓ ବିଶ୍ଵାସର ଏକ ଅପୂର୍ବ ସଙ୍ଗମ। ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ଏହି ମେଳା ଆଜି ସାରା ବିଶ୍ୱରେ ପରିଚାଳନା ପେସାଦାର ତଥା ଯୋଜନା ଏବଂ ନୀତି ବିଶେଷଜ୍ଞମାନଙ୍କ ପାଇଁ ଗବେଷଣାର ବିଷୟ ପାଲଟିଛି। ଦୀର୍ଘ ୧୪୪ ବର୍ଷ ପରେ ଚଳିତ ବର୍ଷ ଦୁର୍ଲଭ ସ୍ବର୍ଗୀୟ ସଂଯୋଗ ପଡ଼ିଥିବା ମହାକୁମ୍ଭକୁ ସବୁଠୁ ଶୁଭ ବିବେଚନା କରାଯାଉଛି । ଏହାରି ମଧ୍ୟରେ ଏହି ପ୍ରୟାଗରାଜ ମହାକୁମ୍ଭ ଜଣେ ନାବିକଙ୍କ ପରିବାରର ଭାଗ୍ୟ ବଦଳାଇ ଦେଇଥିବା କଥା ଏବେ ସାମ୍ନାକୁ ଆସିଛି। ମହାକୁମ୍ଭ ନାବିକଙ୍କୁ ମହାଧନୀ କରାଇଥିବା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଚଳିତ ବର୍ଷ କୁମ୍ଭ ମେଳା ୪୫ ଦିନରେ ଜନେ ନାବିକ ପିଣ୍ଟୁ ମାହାର ପରିବାର ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା । ୨୦୧୯ କୁମ୍ଭ ଅଭିଜ୍ଞତାରୁ ବୋଟ୍ ସଂଖ୍ୟା ୬୦ରୁ ୧୩୦କୁ ବଢ଼ାଇଥିଲେ । ପିଣ୍ଟୁ ଓ ତାଙ୍କ ସମ୍ପର୍କୀୟ ପରିବାରର ପ୍ରାୟ ୧୦୦ ଜଣ କାମ କରୁଥିଲେ । ଏଥିରେ ସେ ମହାଧନୀ ପାଲଟିଥିବା କୁହାଯାଉଛି । ଏହି ବିପୁଳ ଆୟ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନା ଅନୁସାରେ ; ଚଳିତବର୍ଷ ଗଙ୍ଗା ନଦୀ କୂଳରେ ୪୫ ଦିନ ଧରି ଚାଲିଥିଲା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା । ଯେଉଥିରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ସାଧୁସନ୍ଥଙ୍କଠାରୁ ନେଇ ସାଧାରଣ ଲୋକେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ । ୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତ ଆସିଥିବାରୁ ପ୍ରୟାଗରାଜରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ । Post navigation ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର: ଗଣଶିକ୍ଷା ମନ୍ତ୍ରୀ