ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା। କମିଶନରେଟ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନେ ହେଲେ ଅକ୍ଷୟ ରାଉତ, ସାହିଲ୍ ଖାନ୍।ଗତ ୧୮ ତାରିଖରେ ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ଦରମା ୧୦ରୁ ୧୨ ହଜାର ମିଳିବ। ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ସେ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ। ନାବାଳିକା ଦେଖିଥିଲେ ରୁମ୍ ରେ ୩ ଜଣ ଯୁବକ ଅଛନ୍ତି। ନାବାଳିକାଙ୍କ ରୁମକୁ ଯିବା ମାତ୍ରେ ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ। ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *